
ଅନୁଗୁଳରେ ଦୁଇଟି ବଡ଼ ବ୍ରାଉନ ସୁଗାର ମାମଲା ଠାବ, ୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ, ୨ ମହିଳା ଗିରଫ।
ଅନୁଗୁଳ ଜିଲ୍ଲାରେ ନିଶା କାରବାର ବିରୋଧରେ ଚଢ଼ାଉ କରି ଅବକାରୀ ବିଭାଗ ବଡ଼ ସଫଳତା ହାସଲ କରିଛି। ମିଳିଥିବା ସୂଚନା ଆଧାରରେ ଗତ ୮ ଜୁନ ୨୦୨୬ ତାରିଖରେ ଜିଲ୍ଲା ମୋବାଇଲ ସ୍କ୍ୱାଡ୍ ଅନୁଗୁଳ ଏବଂ ଆଇ.ଇ. ସଦର ପକ୍ଷରୁ ଦୁଇଟି ପୃଥକ ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଛି।
ଚଢ଼ାଉ ସମୟରେ ୫୦ ଗ୍ରାମ ଏବଂ ୧୮ ଗ୍ରାମ ବ୍ରାଉନ୍ ସୁଗାର (ହେରୋଇନ) ଜବତ କରାଯାଇଥିବା ବେଳେ ନିଶାଦ୍ରବ୍ୟ ବିକ୍ରିରୁ ମିଳିଥିବା ୧୧ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ଏହି ଘଟଣାରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମର ଦୁଇ ମହିଳା ଅଭିଯୁକ୍ତା କବିତା ବେହେରା (୩୮) ଏବଂ ଅନୀତା ବେହେରା (୩୬)ଙ୍କୁ ଏନ୍ଡିପିଏସ୍ ଆଇନ ଅନୁଯାୟୀ ଗିରଫ କରାଯାଇଛି।
ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ର ଅନୁଗୁଳ ଇନ୍ସପେକ୍ଟର ମାନସୀ ସାହୁ, ଅନୁଗୁଳ ସଦର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଗ, ଏକ୍ସାଇଜ୍ କନଷ୍ଟେବଳ ଧନଞ୍ଜୟ ସାହୁ, ନିତିନ ନିହାର ତ୍ରିପାଠୀ, ପ୍ରଭାତ କୁମାର ପରିଡ଼ା, ଲେଡି ଏକ୍ସାଇଜ୍ କନଷ୍ଟେବଳ ମମତା ପୋଲେଇ ଏବଂ ରୋଜାଲିନୀ ସାହୁ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ନିଶା କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗର ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। #angulexpress #Anugul
Anugul, Angul | Jun 9, 2026