ରାୟଗଡା: ରାୟଗଡ଼ା: ବିଷମକଟକରେ ଭୁଷୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଲେ ମହିଳା
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଖୁଣ୍ଟିବାଡି ଗାଁରେ ଲଗାଣ ବର୍ଷା ଯୋଗୁଁ ଡୁମ୍ବି ହିକକାଙ୍କ ଘର କାନ୍ଥ ଭୁଷୁଡି ପଡିଛି। ଏହି ଘଟଣାରେ ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ଦାବି ହେଉଛି।