କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମନିଭଟା ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଜଣେ ୪୦ ବର୍ଷିୟ ଯୁବକ ଝୀନୁ କାଣ୍ଡେଲ ଓରଫ ରାଜୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସେ ମନିଭଟା ଗ୍ରାମର ଜଣେ ଯୁବତୀଙ୍କୁ ଏକ ବର୍ଷ ତଳେ ପ୍ରେମ ବିବାହ କରି ମନିଭଟା ଗ୍ରାମରେ ରହୁଥିଲେ ।ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଶନିବାର ସନ୍ଧ୍ୟା ୭ଟା ରେ ରାଜୁଙ୍କ ମୂତ ଦେହ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।