ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପାଣିଛତ୍ର ନିକଟରେ ରହୁଥିବା କିନ୍ନର ମାନେ,ଶୁଣନ୍ତୁ ପ୍ରତିକ୍ରିୟା
ବରଗଡ଼ ପାଣିଛତ୍ର ନିକଟରେ ରହୁଥିବା କିନ୍ନର ମାନଙ୍କୁ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଛାଡିବା ପାଇଁ ଜିଲ୍ଲା ପ୍ରଶାସନ ନୋଟିସ ଦେଇଥିବା ବେଳେ ସୋମବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ତାଙ୍କ ଥଇଥାନ ପାଇଁ ଦାବି କରାଯାଇଛି | ସରକାର ଓଭର ବ୍ରିଜ ନିର୍ମାଣ କରୁଥିବା ବେଳେ କିନ୍ନର ମାନେ ରହୁଥିବା ପାଣିଛତ୍ର ନିକଟ ଏରିଆ ଭଙ୍ଗା ଯିବା ପାଇଁ ନୋଟିସ ଦିଆଯାଇଛି | ତେବେ କିନ୍ନର ମାନଙ୍କୁ କେହି ଭଡା ଘର ମଧ୍ୟ ଦେଉ ନ ଥିବା ବେଳେ ସରକାର ତାଙ୍କ ପାଇଁ କୌଣସି ବ୍ୟବସ୍ଥା ନ କଲେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାଇଛନ୍ତି ।