ତଲସରା: ରୁନଗାଁ ଶଙ୍କରାପୋଷ ଓ ପଞ୍ଚରା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ୫୫ ବଣୁଆ ହାତୀ ପଲ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ ବ୍ଳକର ରୁନଗାଁ ସଂରକ୍ଷିତ ଜଙ୍ଗଲରେ ୨୩ ଟିକିଆ ବଣୁଆ ହାତୀ ପଲ ସେହିଭଳି ଶଙ୍କରାପୋଷ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ୧୧ ଟିକିଆ ବଣୁଆ ହାତୀ ପଲ ଏହା ସହ କୁତ୍ରା ବ୍ଳକର ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ୨୧ ଗୋଟି ବଣୁଆ ହାତୀ ପଲ ରହିଥିବା ସୂଚନା ମିଳିଛି।ଯାହା ଫଳରେ ଜଙ୍ଗଲ କୂଳ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖାଯାଇଛି। ଗତକାଲି ରୁନଗାଁ ଗ୍ରାମ ନିକଟସ୍ଥ ଚାଷ ଜମି ରେ ବ୍ୟାପକ ପରିମାଣର ଧାନ ଫସଲ ହାତୀ ପଲ ନଷ୍ଟ କରିଛନ୍ତି।