ସୁନ୍ଦରଗଡ ସହର: ବଡ଼ବଙ୍ଗା ସହିଦ ସ୍ମୃତି କମିଟି ଦ୍ଵାରା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସହିଦ ପରିବାରଙ୍କୁ କୃତଜ୍ଞତା ଜ୍ଞାପନ
ଆଜି ଜାନୁଆରୀ 31 ତାରିଖ ସନ୍ଧ୍ୟା 6: 30 ସମୟରେ ଏହି ପର୍ବର ଅନ୍ତିମ ପର୍ଯ୍ୟାୟ ଉତ୍ସବ ଶେଷ ହୋଇଛି। ସହିଦ ମାନଙ୍କୁ ଯେତେ ଶ୍ରଦ୍ଧାଞ୍ଜଳି ଦେଲେ ବା ତାଙ୍କ ପରିବାରକୁ ଯେତେ ସମ୍ମାନ କଲେ ତାହା ତାଙ୍କ ବଳିଦାନ ଆଗରେ କମ ପଡ଼ିବ। ତଥାପି ଏହି ସମୃଦ୍ଧ ଉତ୍ସବ ବଡବଙ୍ଗା ସହିଦ ସ୍ମୃତି କମିଟି ଆଜିକୁ 36 ବର୍ଷ ଧରି ପାଳି ଆସୁଛି। ଗୋଟିଏ ମଞ୍ଚରେ ଅଞ୍ଚଳର ଶହୀଦଙ୍କ ଫଟୋ ଓ ଭାରତ ମାତାଙ୍କ ଫଟୋ ରଖି ସେମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ସମ୍ମାନ ଜଣାଇ ଆସୁଛି। ତେବେ ଆଜିର ଏହି ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସହିଦ ସ୍ମୃତି କମିଟି NTPC ଦର୍ଲିପାଲି ଡେପୁଟି କ