ନର୍ଲା: ନର୍ଲାର ସ୍ଥିତ ବାଣ ଗୋଦାମ ଉପରେ ଚଢାଉ: ଆନୁମାନିକ ୧୦ ଲକ୍ଷ ଟଙ୍କାର ବାଣ ଜବତ
ନର୍ଲା ବସଷ୍ଟାଣ୍ଡ ପାଖରେ ଥିବା ଏକ ବାଣ ଗୋଦାମ ଉପରେ ଚଢାଉ କରିଛି ପୋଲିସ। ଆଜି ଗୁରୁବାର ସନ୍ଧ୍ୟା ୬ ଟା ବେଳେ ଚଢ଼ାଉ କରି ପର୍ଯ୍ୟାପ୍ତ ବାଣ ଜବତ କରିଛନ୍ତି ପୁଲିସ । ନର୍ଲା ର କୁନିଆ ପୂଜା ଦୋକାନ ମାଳିକ ବୁଲୁ ସାହୁ ବିନା ଲାଇସେନ୍ସରେ ବାଣ ସବୁ ବେଆଇନ ଭାବରେ ଗୋଦାମରେ ଗଚ୍ଛିତ ରଖିଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସନ୍ଧ୍ୟା ୬ ଟା ବେଳେ ବାଣ ଗୋଦାମ ଉପରେ ଚଢ଼ାଉ କରି ବାଣ ସବୁ ଜବତ କରି ବେଆଇନ ବାଣ ସବୁ ନର୍ଲା ଥାନାକୁ ନେଇ ଆସିଛି ପୋଲିସ। ଏହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୁଚନା