ବସ୍ତା: ବାଲିଆପାଳ ବ୍ଲକ ଛକ ଠାରେ ବସରେ ବନ୍ଧୁକ ଚାଲାଣ ହେଉଥିବା ସନ୍ଦେହରେ ଡ୍ରାଇଭର ଓ କଣ୍ଡକ୍ଟର ଥାନାରେ ଅଟକ
Basta, Balasore | Oct 17, 2025 ଆଜି ବସରେ ବନ୍ଧୁକ ଚାଲାଣ ହେଉଥିବା ସନ୍ଦେହରେ ଡ୍ରାଇଭର ଓ କଣ୍ଡକ୍ଟର ଥାନାରେ ଅଟକ, ଏକ ଘରୋଇ ବସ ସାର୍ଥରୁ ଦିଘା ବୋର୍ଡର ଯାଉଥିଲା ବେଳେ ବାଲିଆପାଳ ବ୍ଲକ ଛକ ଠାରେ ବସକୁ ଅଟକାଇ ଛାନଭିନ୍ନ କରୁଛି ବାଲିଆପାଳ ଓ ସିଂଲା ପୋଲିସ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକ ଠାରେ l ସୂଚନା ଅନୁଯାୟୀ ଏକ ଯାତ୍ରୀ ବାହୀ ବସ ଆଜି ସକାଳ ସମୟରେ ସିଂଲା ଥାନା ସାର୍ଥl ଗ୍ରାମରୁ ଦିଘା ବୋର୍ଡର ଅଭିମୁଖେ ଯାତ୍ରା କରୁଥିଲା ବେଳେ ସେଥିରେ ବନ୍ଧୁକ ଚାଲାଣ ହେଉଥିବା ନେଇ ସିଂଲା ପୋଲିସ କୌଣସି ସୂତ୍ରରେ ଖବର ପାଇ ବସକୁ ପିଛା କରିଥିଲା।