ହାତୀବାରି ଗ୍ରାମପଞ୍ଚାୟତ ପରିସରରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।ଏଥିରେ ପ୍ରାୟ ୭୦ଜଣ ମେମ୍ବର ସହିତ ଏସ.ଏଚ.ଜି,ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ହାତୀବାରି ଥାନା ଆଇ.ଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ଏଥିରେ ଏ.ଏସ.ଆଇ ପଦ୍ମାବତୀ ମୋଦୀ ଓ ଏ.ଏସ.ଆଇ ସୁଶାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।