ମାହାଙ୍ଗା: ବିଦ୍ୟୁତ ସମସ୍ୟାକୁ ନେଇ ଗୋପପୁର ଗ୍ରାମବାସୀ କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟରେ କଲେ ରାସ୍ତା ରୋକ।
ବିଦ୍ୟୁତ ସମସ୍ୟାକୁ ନେଇ ଗୋପପୁର ଗ୍ରାମବାସୀ କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟରେ କଲେ ରାସ୍ତା ରୋକ। ଆଜି ରବିବାର ସକାଳ 11 ଘଟିକାରେ ଗୋପପୁର ଗ୍ରାମବାସୀ ରାସ୍ତା ଟାୟାର ଜାଳି ଅବରୋଧ କରିଥିଲେ। ଗାଡି ମଟର ରାସ୍ତାରେ ଅଟକି ରହିଥିଲା। ଘଟଣା ସ୍ଥଳରେ ନିଶ୍ଚିତ କୋଇଲି ପୋଲିସ ପହଂଚି ଅବରୋଧକାରୀଙ୍କୁ ବୁଝାସୁଝା କରିବା ଦ୍ୱାରା ରାସ୍ତା ଅବରୋଧ ହଟିଥିଲା। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ କାଟ ପାଇଁ ଗୋପପୁର ଗ୍ରାମବାସୀ ବିଦ୍ୟୁତ ବିଭଗ କୁ ଜଣାଇଲା ପରେବି ବିଦ୍ୟୁତ ସରବରାହ ଠିକ ନ ହେବାରୁ ରାଜରାସ୍ତା କୁ ଓହ୍ଲାଇ ଥିଲେ ଗ୍ରାମବାସୀ।