ରିଆମାଳ ବନାଂଚଳ ରେଙ୍ଗାଲବେଡା ସେକ୍ସନ ବୁଢିଦୋ ଗ୍ରାମ ନିକଟରେ ୨୭ ଟିକିଆ ହାତୀ ପଲ ଉପଦ୍ରବ ଜାରି ରହିଛି । ଉକ୍ତ ହାତୀ ପଲରେ ୨ ଟି ଦନ୍ତା ହାତୀ, ୧୨ ଟି ମାଈ ହାତୀ ଏବଂ ୧୩ଟି ହାତୀ ଶାବକ ରହିଥିବା ଜଣାପଡିଛି । ଗାଁ ନିକଟରେ ରାସ୍ତା ଅତିକ୍ରମ କରିବା ସହିତ ଉକ୍ତ ଅଂଚଳରେ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟା ହେବା ସହିତ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପେଟ୍ରୋଲିଂ କରିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।