ମାଲକାନଗିରି: ବିଜେପି ପକ୍ଷରୁ ଏମଭି-୩୭ ଶିବ ମନ୍ଦିରରେ ଅନୁଷ୍ଠିତ ହେଲା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ, ଯୋଗଦେଲେ ପଶ୍ଚିମବଙ୍ଗ ବିଧାୟକ
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅଧିନସ୍ତ ଏମଭି-୩୭ ନମ୍ବର ଗ୍ରାମରେ ଥିବା ଶୈବ ପୀଠରେ ଆଜି ମାଲକାନଗିରି ବିଜେପି ପକ୍ଷରୁ ଗ୍ରାମର ସଭାପତି ଶମ୍ଭୁନାଥ ଠାକୁରଙ୍କ ତତ୍ୱାବଧାନରେ ଏବଂ କୋରୁକୋଣ୍ଡା ବ୍ଲକର ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଦିନ ୩ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ରାଜ୍ୟ ଖେଜୁରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଶାନ୍ତନୁ ପରମାଣିକ ଯୋଗ ଦେଇଥିଲେ। ତାଙ୍କ ସହିତ ଏକ ଭାରତ ଶ୍ରେଷ୍ଠ ଭାରତର ରାଜ୍ୟ କୋଡିନେଟର ନିହାର ରାୟ,