ମଙ୍ଗଳବାର ଧର୍ମଗଡ ନିର୍ବାଚନ ମଣ୍ଡଳି ଅଧିନସ୍ଥ କୋକସରା ବ୍ଲକ କୁସୁମଖୁଣ୍ଟି, ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପ୍ରଭାଗ ୧ କାର୍ଯ୍ୟାଳୟ ପରିସରରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି । ଅଧ୍ବକ୍ଷଣ ଯନ୍ତ୍ରୀ ଇଂ. ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବରିଷ୍ଟ ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।