ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏଥିସହ ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଗଣଧାରଣାରେ ବସିଥିଲେ । ଦିନ ୧୦ ଟାରୁ ପ୍ରାୟ ୨ ପର୍ଯ୍ୟନ୍ତ ଧାରଣା ଦିଆଯ୍ଧବଥିଲା ।  ଦାବି ପୂରଣ ନେହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଦେବଗଡ ସହର ମଧ୍ୟଭାଗରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହର ଠାରୁ ପ୍ରାୟ ୬ କିଲୋମିଟର ଦୂରକୁ ସ୍ଥାନାନ୍ତର ହୋଇଛି ।