ଖରିଆର: ଖଡିଆଳରେ ଏନଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଓ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ; ପ୍ରତିକ୍ରିୟା ଅଧ୍ୟକ୍ଷ ଓ ଇଓ
ଖଡିଆଳ ଏନଏସିରେ ଏନଏସି ପକ୍ଷରୁ ସେବାପକ୍ଷ ପାଳନ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଓ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୧୯୮ ଗୋଟି ଆବାସ ଗୃହ କାର୍ଯ୍ୟାଦେଶ ଓ ୫୦ ଗୋଟି ରାସନ କାର୍ଡ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ସଛତା ପକ୍ଷ ପାଳିତ ହୋଇଅଛି। ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ମେଘ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ସମସ୍ତ କାଉନସିଲର ଓ ଅଧିକାରୀ ଯୋଗ ଦେଇଥିଲେ।