ଚାଷୀ ମାନଙ୍କୁ ପୋଲିସ ଗିରଫ କରିବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ମଧ୍ୟାହ୍ନ 1.30 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ପଦ୍ମପୁର ବିଧାୟିକା | ଗତକାଲି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଚାଷୀ ମାନଙ୍କୁ ପୋଲିସ ଉଠାଇ ନେଇଥିଲା | DLPC ମିଟିଙ୍ଗ ପାଇଁ ରାତି ଅଧରୁ ଚାଷୀ ନେତା ମାନଙ୍କୁ ଗିରଫ କରିବା ସହ ଗତକାଲି ସମସ୍ତ ଧାରଣାରେ ବସିଥିବା ଚାଷୀଙ୍କୁ ପୋଲିସ ଉଠାଇ ଥିଲା ଏହି ଘଟଣାରେ ନିନ୍ଦା ପ୍ରକାଶ କରିବା ସହ ବିଜେପି ସରକାର ଉପରେ ବର୍ଷିଥିଲେ ବର୍ଷା ।