ତିର୍ତ୍ତୋଲ: ବେଗୁନିଆ ପୋଲ ଉପରୁ ଚୋରା ଦେଶୀ ମଦ ଜବତ ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
କନକପୁର ଫାଣ୍ଡି ପୋଲିସ ଦ୍ବାରା ବେଗୁନିଆ ପୋଲ ଉପରୁ ଚୋରା ଦେଶୀ ମଦ ଜବତ ସହ ଗିରଫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମାଲଣ୍ଡ ଗ୍ରାମର ନୀଳମାଧବ ସେଠୀ। ପୋଲିସ ଅଭିଯୁକ୍ତ ନିକଟରୁ ୧୦ ଲିଟର ଚୋରା ଆସ୍କା-୪୦ ମଦ ଜବତ କରିଥିଲା। ସେ ଏହି ଚୋରା ମଦ ବାଲିକୁଦାର ଚନ୍ଦନ ଦାସଙ୍କ ଠାରୁ ଆଣି ବିକ୍ରି କରିବାକୁ ଯାଉଥିବା ବେଳେ ପୋଲିସ ଧରି ନେଇଥିଲା।