ଦେବଗଡ ଜିଲ୍ଲା ଝରାକଣ୍ଢଳ ଗ୍ରାମପଂଚାୟତ ପୁରୁଣାପାଣି ଗ୍ରାମରେ ଶିବଶଙ୍କର କ୍ଲବ ଆନୁକୂଲ୍ୟରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଇଲେଭେନ ଷ୍ଟାର ଦଳକୁ ପରାସ୍ତ କରି ବାବା ସର୍ବେଶ୍ଵର କାଦୋପଡା ଚମ୍ପିୟାନ ହୋଇଛି । ରେଫରୀ ଭାବେ ଲକ୍ଷ୍ମଣ ସେଠ, ସରୋଜ ଗଡନାୟକ , ଦେବାନନ୍ଦ ମିଶ୍ର, ଯୋଗେନ୍ଦ୍ର ଓରାମ ଏବଂ ଭାଷ୍ୟକାର ଭାବେ କୃଷ୍ଣ ଚନ୍ଦ୍ର ପ୍ରଧାନ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ।