ବରଗଡ: ମହିଳାଙ୍କ ଶବ ଛୁଇଁଲେ ନାହଁ ପରିବାର ଲୋକେ ଶେଷରେ ପିପଳମୁଣ୍ଡା ଠାରେ ଶବ ସତ୍କାର କଲା ସଂକଳ୍ପ ପରିବାର
ଜାତିପ୍ରାଥାର କୁସଂସ୍କାର, ଅଛୁଆଁ ହେଲା ମାଙ୍କ ଶବ ।  ଅମାନୁଷିକ ଜାତିପ୍ରଥାର କୁସଂସ୍କାରରେ ଜର୍ଜରିତ ଏକବିଂଶ ଶତାବ୍ଦୀର ମଣିଷ। ଜାତିବାଦ ଜନିତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ନେଲେ ନାହିଁ ମୃତ ମହିଳାଙ୍କ ଶବ ଯଦ୍ୱାରା ବାରମ୍ବାର ଲଜ୍ଜିତ ହେଉଛି ସଭ୍ୟ ସମାଜ। ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ଶୁକ୍ରବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଗଲା।  ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅତାବିରା ଥାନା ଗୋଡ଼ଭୋଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହା ଗ୍ରାମ ବଗର୍ତି ଟିକିରା ଅଞ୍ଚଳରେ।