ଲାଞ୍ଜିଗଡ: ଲାଞ୍ଜିଗଡ ବେଦାନ୍ତ ଟାଉନ ସିପ ଡ଼ି ଏ ଭି ସ୍କୁଲ ଓ ଏସ ଏସ ଡି ସ୍କୁଲ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଲାଞ୍ଜିଗଡ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନ ସିପ DAV ସ୍କୁଲ ଓ ଲାଞ୍ଜିଗଡ ସ୍ଥିତ SSD ସ୍କୁଲ ପରିସରରେ ଆଜି ଲାଞ୍ଜିଗଡ ଥାନା ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କେସିଙ୍ଗା SDPO ସନ୍ଦୀପ କୁମାର ମାଝୀ ଓ ଲାଞ୍ଜିଗଡ ଥାନା ଆଇଆଇସି ଯଶବନ୍ତ ହିଆଲ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ସାଇବାର ଏକ୍ସପୋର୍ଟ ଆନନ୍ଦ ସାମଲ ଯୋଗ ଦେଇ ସାଇବର ସୁରକ୍ଷା ଉପରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ସାଇବର ଠକାମୀ ଉପରେ ସମସ୍ତ ଙ୍କୁ ଆଲୋକ ପାତ କରିଥିଲେ।