ଦେବଗଡ: ଲକ୍ଷ୍ମୀପୁର ନିକଟରେ ଦନ୍ତାହାତୀ ଗଜେନ୍ଦ୍ରର ଉପଦ୍ରବ
ରିଆମାଳ ବନାଂଚଳ ପଳସମା ସେକ୍ସନ ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟରେ ଦନ୍ତା ହାତୀ ଗଜେନ୍ଦ୍ର ଉପଦ୍ରବ ଜାରି ରଖିଛି । ଗୁରୁବାର ଦିନ ତମାମ ଉପଦ୍ରବ କରିଥିବା ବେଲେ ରାତିରେ ମଧ୍ୟ ଉକ୍ତ ଅଂଚଳରେ ଦନ୍ତାହାତୀ ଗଜେନ୍ଦ୍ର ରହିଥିବା ଜଣାପଡିଛି । ରାତି ୧୦ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଏକଡ ଏକଡ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ସହିତ ମିଶି ହାତୀ ଘଉଡାଇବାକୁ ବନବିଭାଗ ଚେଷ୍ଟା କରୁଛି ।