ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦାନ କରି ଦେବଦୂତ ସାଜିଲେ କିନ୍ନର ରାଧିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଷଗୁମୁଡ଼ା ବ୍ଲକ୍ ର କଣ୍ଡାପୁରି ଗ୍ରାମର ଧନୁର୍ଜୟ ମାଳିଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତୁରନ୍ତ ରକ୍ତର ଆବଶ୍ୟକ ପଡ଼ିଲା। ଉକ୍ତ ଖବର ପାଇ କିନ୍ନର ସଂଘର ସଦସ୍ୟ ରାଧିକା କିନ୍ନର ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଆଗେଇ ଆସି ଧନୁର୍ଜୟ ମାଳିଙ୍କ ଜୀବନ ବଞ୍ଚାଇବା ରେ ସକ୍ଷମ ହୋଇଥିଲେ।