ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ମହାସଂଘ
ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ସୋମବାର ଅପରାହ୍ନ 2 ଘଣ୍ଟା ସମୟରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି | କଳାକାର ହୃଷିକେଶ ଭୋଇ ଦୋଷ ମୁକ୍ତ ହୋଇ ନ ଥିବା ବେଳେ ସେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି | ତେବେ ଆଜି ଏହି ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡିଶା କଳାକାର ସଂଘ ଏକ ବୈଠକ କରି ସର୍ବ ସମ୍ମତି କ୍ରମେ ଦୋଷ ମୁକ୍ତ ହେବା ପର୍ଯ୍ୟନ୍ତ ହୃଷିକେଶ ଭୋଇଙ୍କୁ ବରଖାସ୍ତ କରାଯାଇଛି ।