ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡ ପାଦ ଦେଶରେ ଥିବା କୁନ୍ନାକାଡୁ ଗ୍ରାମର ଦୁଇ ଝିଅ ସମେତ ୧୨ ଆଦିବାସୀ ପିଲାଙ୍କୁ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ ଲାଞ୍ଜିଗଡ଼ର ବିଭିନ୍ନ ଆଦିବାସୀ ହଷ୍ଟେଲ ସ୍କୁଲରେ ଥଇଥାନ କରିଛନ୍ତି।ପୂର୍ବରୁ ଏହି ଦୁଇ ଝିଅ ସମେତ ୧୨ ଜଣ ମଧ୍ୟରୁ କିଛି ପିଲା ତ୍ରିଲୋଚନପୁର ଓ ଖେମୁଣ୍ଡିପଦର ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ୬କିମି ଦୂର ଜଙ୍ଗଲ ରାସ୍ତାରେ ନିୟମିତ ସ୍କୁଲ ଯିବା ସମ୍ଭବ ହେଉନଥିଲା