ବରଗଡ: ଵାନ୍ଦେନ ଟିକ୍ରା ବାସୀଙ୍କ ଅଭିଯୋଗ ମିଥ୍ୟା ବୋଲି ଟ୍ରକ ଏସୋସିଏସନ କାର୍ଯ୍ୟାଳୟରେ ନିଜର ପ୍ରତିକ୍ରିୟା ରଖିଲେ ସଂଘର ସଭାପତି
ବାନ୍ଦେନଟିକ୍ରା ବାସି ମିଥ୍ୟା ଅଭିଯୋଗ ଦେଉଥିବା ପ୍ରତିକ୍ରିୟା ରଖିଲେ ଟ୍ରକ ଏସୋସିଏସନର ସଭାପତି | ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସଂଘ କାର୍ଯ୍ୟାଳୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସଭାପତି | ଗତକାଲି ଟ୍ରକ ପାର୍କିଙ୍ଗ ସମସ୍ୟାକୁ ନେଇ ବାନ୍ଦେନଟିକ୍ରା ବାସି ରାସ୍ତା ରୋକ କରିଥିଲେ ଏବଂ ଜଣେ ଛାତ୍ରଙ୍କୁ ଟ୍ରକ ଚାପି ଦେଇଥିବା ଅଭିଯୋଗ କରିଥିବା ବେଳେ ଏନେଇ ଟ୍ରକ ଏସୋସିଏସନର ସଭାପତି ଏହା ମିଥ୍ୟା ଅଭିଯୋଗ ହୋଇଥିବା ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି | ଏହାସହ ବରଗଡ଼ ଜିଲ୍ଲାପାଳ ଟ୍ରକ ପାର୍କିଙ୍ଗ ପାଈଁ ଅନୁମତି ଦେଇଥିବାରୁ ସେହି ସ୍ଥାନରେ ଟ୍ରକ ପାର୍କିଙ୍ଗ ହୋଇଥିବା ଜଣାଇଛନ୍ତି