ମାଲକାନଗିରି: ଜିଲ୍ଲା ସୀମାନ୍ତ କୋହକମେଟା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ୫ଟି ଆଇଡି ବୋମାକୁ ନିଷ୍କ୍ରିୟ କଲେ ଜବାନ
ମାଲକାନଗିରି ଜିଲ୍ଲା ସୀମାନ୍ତ କୋହକମେଟା ଜଙ୍ଗଲରେ ଡି ଆର ଜି ଓ ବିଏସଏଫ ର ଜବାନ ମାନେ ମାଓ ଦମନ ତଲାସୀ ଅଭିଯାନ କରୁଥିବା ବେଳେ ୫ଟି ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ମାଓବାଦୀ ମାନେ ଜବାନ ଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜିଥିବା ବେଳେ ଜବାନ ମାନେ ଏହାକୁ ନିଷ୍କ୍ରିୟ କରି ମାଓବାଦୀ ଙ୍କ ଯୋଜନା କୁ ପଣ୍ଡ କରି ତଲାସୀ ଅଭିଯାନ କୁ ବଢ଼ାଇ ଦେଇଛନ୍ତି।