ବାମରା ବ୍ଲକ ଜରାବଗା ନିକଟ ଟୁକୁଡ଼ା ଆଶ୍ରମ ସ୍କୁଲରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଓ ଶିଶୁ ଦିବସ ଉତ୍ସବ ସମାରୋହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଉପିନ୍ଦ୍ର କିସାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସୋଲ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମାନସ ନାୟକ, ସମାଜସେବୀ ପୁରୁଷୋତ୍ତମ ପଟ୍ଟା ଓ ଶିକ୍ଷୟିତ୍ରୀ ବୈଜୟନ୍ତୀ କଉଡ଼ି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଦିବସ ପାଳନର ଉଦେଶ୍ୟ ନେଇ ମତ ବ୍ୟକ୍ତି କରିବା ସହ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।