ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ମହିମା ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଳିଲା ମହୋତ୍ସବ ଅନୁଷ୍ଠିତ ହୋଇଛି l ପୂଜ୍ୟସ୍ପଦ ବ୍ରହ୍ମାବଧୂତ ବୀରେନ୍ଦ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭକ୍ତିମୟ ପରିବେଶ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ଏହି ଉତ୍ସବ l ଆଜି ଗୋଧୂଳି ମୁହୂର୍ତ୍ତରେ ସମ୍ପ୍ରଦା ମଣ୍ଡଳୀ ଓ ସ୍କୁଲ ପଡ଼ାର ଡଣହା ନାଚ ସହ ଗାଁର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଯାଇ ବାବୁବନ୍ଧରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ସନ୍ଧ୍ୟା ୬ଟାରେ ମହିମା ଧର୍ମର ରୀତି-ନୀତି ଅନୁସାରେ ଅଖଣ୍ଡ ବତୀ ପ୍ରଜ୍ବଳନ, ବ୍