କୋରେଇ: ବିଜେଡି ପକ୍ଷରୁ ଚଇନପୁର ପଂଚାୟତ ପଡିଆରେ ପଦଯାତ୍ରା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Korai, Jajpur | Oct 17, 2025 ବିଜେଡି ପକ୍ଷରୁ ଚଇନପୁର ପଂଚାୟତ ପଡିଆରେ ପଦଯାତ୍ରା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି l ଆଜି ପଂଚାୟତ ବିଜେଡି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଭବ ପ୍ରସାଦ ଦାସ ଅତିଥିଭାବେ ଯୋଗଦେଇ ରାଜ୍ୟ ରେ ଦେଖା ଦେଇଥିବା ଅସ୍ଥିରତା ଉପରେ ଆଲୋଚନା କରିଥିଲେ l ଆଜି ଦଳୀୟ କର୍ମୀ ମାନେ ପଦଯାତ୍ରା ଯାଇ ପୁରା ପଂଚାୟତ ପରିକ୍ରମା କରିବା ପରେ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ l ଏଥିସହିତ ବିଜେଡି ସଂଗଠନ କିଭଳି ବୃଦ୍ଧି ହେବ ଆଲୋଚନା କରିଥିଲେ l