ବାଇକରେ କମଳା ନେଇ ଯାଉଥିବା ବେଳେ ଆକ୍ରମଣ କଲା ଦନ୍ତାହାତୀ । ଦେବଗଡ ଏବଂ ଅନୁଗୁଳ ଜିଲ୍ଲା ସୀମାବର୍ତୀ ଅଂଚଳରେ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଏଭଳି ଏକ ଘଟଣା ଦେଖାଦେଇଛି । ଛେଣ୍ଡିପଦା ବନାଂଚଳ ଡଙ୍ଗାପାଳ ଫରେଷ୍ଟ ବିଟ ଅନ୍ତର୍ଗତ ତୁଟାବରି ଗ୍ରାମ ନିକଟ ରାସ୍ତାରେ ଏକ କମଳା ବୋଝେଇ ବାଇକ ଉପରକୁ ଦନ୍ତା ହାତୀ ଆକ୍ରମଣ କରିଥିଲା । ସୂଚନା ଅନୁଯାୟୀ ଏକ ବାଇକ ଯୋଗେ ଜଣେ ବ୍ୟକ୍ତି କମଳା ନେଇ ଯାଉଥିବା ବେଳେ ରାସ୍ତାରେ ହାତୀ ଥିବା ଜାଣିବାକୁ ପାଇଥିଲେ । ରାସ୍ତା ପାଶ୍ୱର୍ରେ ବାଇକ ରଖୀ ସେ ଦୌଡି ପଳାଇଥିବା ବେଳେ ଏକ ଦନ୍ତାହାତୀ ବାଇକଟିକୁ ଶୁଣ୍ଢରେ ଫିଙ୍ଗିଦେଇଥିଲା ।