ତିର୍ତ୍ତୋଲ: ଜଇପୁର ଛକ ସ୍ଥିତ ଏକ ହୋଟେଲ ନିକଟରୁ ଚୋରା ବିଦେଶୀ ମଦ ଜବତ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଇପୁର ଛକ ନିକଟରେ ଥିବା ଏକ ହୋଟେଲ ନିକଟରୁ ଚୋରା ବିଦେଶୀ ମଦ ଜବତ ଘଟଣାରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ଲିପୁର ଗ୍ରାମର ଶୁଭ୍ରଜିତ ପ୍ରଧାନ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ନିକଟରୁ ୪.୫୦୦ ଲିଟର ଚୋରା ମଦ ଜବତ କରାଯାଇଥିଲା। ଏହି ଚୋରା ମଦ ତାଙ୍କୁ ଶାରଳା ରୋଡ଼ ମଦ ଦୋକାନର ମ୍ୟାନେଜର ଦୀପ୍ତିରଞ୍ଜନ ସାହୁ ବିକ୍ରି ଲାଗି ଦେଇଥିବା ସେ ପୋଲିସ ନିକଟରେ କହିଥିଲେ।