ଖୋର୍ଦ୍ଧା: ଗୁଳିକାଣ୍ଡ ମାମଲାରେ ୩ ଜଣ ଦୁର୍ବୁତ୍ତଙ୍କୁ କୋର୍ଟ ଚାଲାଣ କଲା ବୋଲଗଡ଼ ପୋଲିସ
ଗତ ୧୦ ତାରିଖ ଦିନ ହୋଇଥିବା ଗୁଳି କାଣ୍ଡ ଘଟଣାରେ ବୋଲଗଡ ଥାନା ପୋଲିସ ୩ ଦୁର୍ବୁତ୍ତଙ୍କୁ କୋର୍ଟ ଚାଲାଣ କରିଛି l ବୋଲଗଡ ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଦୁଇ ଅଟକ ଦୁର୍ବୁତ୍ତଙ୍କସହ ଜଣେ ଦୁର୍ବୁତ୍ତଙ୍କୁ ଧରି ସେମାନଙ୍କଠାରୁ 3 ଟି ବ୍ୟବହୃତ ଗୁଳିର ଅବଶିଷ୍ଟାଂଶ ଖୋକା . ଗୋଟିଏ ଖଣ୍ଡା, ବ୍ୟବହୃତ 2 ଟି ବାଇକକୁ ଜବତ କରିଛି ବୋଲଗଡ ପୋଲିସ l ଅଭିଯୋଗକାରୀଙ୍କ ଏତଲା ଅନୁସାରେ ବୋଲଗଡ ଥାନା ପୋଲିସ କେସ ନମ୍ବର 207/25 ରେ ତିନି ଦୁର୍ବୁତ୍ତ ହେଲେ ବାଂକୋଇ ଗ୍ରାମର ବୋଲି ଜଣା ପଡ଼ିଛି।