କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକର ନଳଢଳିଆ ଗ୍ରାମ ନିକଟ ଗୋବରୀ କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ, ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଳଢଳିଆ ଗ୍ରାମ ନିକଟ ଗୋବରୀ ସମ୍ପ୍ରସାରିତ କେନାଲ ଉପରେ ଥିବା ପୋଲ ବାଡ଼ ଉପରେ ଘଟିଛି ଏକ ଅଭାବନୀୟ ଘଟଣା, ନଳ ଢଳିଆ ଗ୍ରାମର ଅବିନାଶ ଦାସ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଥିଲେ l ଅବିନାଶ ପାଣିରେ ପହଁରା ଶିଖି ନଥିବାରୁ ସ୍ରୋତରେ ଭାସିଯାଇ ବୁଡି ଯାଇଥିଲେ l ସେଠାରେ ଉପସ୍ଥିତ ଥିବା ଗ୍ରାମର ଅନ୍ୟ ଯୁବକମାନେ ଅବିନାଶଙ୍କୁ ଖୋଜିବା ପାଇଁ କେନାଲ ମଧ୍ୟକୁ ଡେଇଁ ଚେଷ୍ଟା କରିଥିଲେ ହେଁ ଅବିନାଶ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ l ପରେ ଗ୍ରାମବାସୀଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା