ଗାନ୍ଧୀ ଛକରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସହ ସହର ରେ ଥିବା ସମସ୍ତ ମହାପୁରୁଷଙ୍କ ନିକଟରେ ଦୀପ ଜାଳି ଦୀପାବଳି ପାଳିଲେ ଆଇକୋନ୍ସ ଇନ ମୋସନ ଗ୍ରୁପ ପବିତ୍ର ଦୀପାବଳିରେ ଆମେ ବଡ଼ ବଡ଼ୁଆ ନିଜ ପିତୃ ପୁରୁଷ ଙ୍କ ଉଦେଶ୍ୟରେ ଦୀପ ଜାଳୁ,ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଏଇ ମହାପୁରୁଷ ମାନେ ବି ଆମ ପୂର୍ବ ପୁରୁଷ ସେମାନଙ୍କ ଉଦେଶ୍ୟରେ ବି ଦୀପ ଜାଳିବା ଆମ କର୍ତ୍ତବ୍ୟ କହି ସୁବାଷ ବୋଷ ବିଆର ଆମ୍ବେଦକର ବାଜି ସାହେବ ଏବଂ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତି ସହ ସମସ୍ତ ପ୍ରତିମୂର୍ତ୍ତି ଗୁଡିକୁ ଭଲରେ ଧୋଇ ସଫା କରି ତାଙ୍କ ନିକଟରେ ଦୀପ ଜାଳି ଦୀପାବଳି ପର୍ବ ପାଳନ କଲେ