କୁଚିଣ୍ଡା କଲେଜ୍ ଗେଟ୍ ନିକଟରେ ବାଇକ୍ ଧକ୍କାରେ ଜଣେ କଲେଜ୍ ଛାତ୍ରୀ ଆହତ ହୋଇ ଥିବା ବେଳେ ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ଶନିବାର ଦିନ କୁଚିଣ୍ଡା କଲେଜର ଛାତ୍ରୀ ଥିବା ସୁନେଲି କିସାନ୍ କଲେଜ ରୁ କ୍ଲାସ ସାରି ଏକ ସାଇକେଲ ଯୋଗେ ଘର କୁ ଫେରୁଥିବା ବେଳେ କଲେଜ୍ ଗେଟ୍ ନିକଟରେ ଏକ ବାଇକ୍ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତାଙ୍କ ବାମ ଗୋଡଟି ଆଣ୍ଠୁ ତଳକୁ ଭାଙ୍ଗି ସେ ଆହତ ହୋଇଥିଲେ। କଲେଜ୍ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।