କୁଚିଣ୍ଡା: କୁଚିଣ୍ଡା ମିଶନ ଶକ୍ତି କାର୍ଯ୍ୟାଳୟ ରେ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ବ୍ଳକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଏବିଡିଓ ଜଗମୋହନ କିସାନ, ଏବିଇଓ ପ୍ରମୋଦ ଚନ୍ଦ୍ର ନାଏକ ଓ BSO ଇଉତି ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆବଶ୍ୟକତା ନେଇ ମତ ବ୍ୟକ୍ତ କରିଥିଲେ। ଭାରପ୍ରାପ୍ତ ସିଡିପିଓ ସୁନିତା ପୁରୋହିତ ପୋଷଣ ଅଭିଯାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।