ନନ୍ଦପୁର ବ୍ଲକ ସଦର ମହକୁମା ହାଟପଦା ଛକ ରେ ଆଜି ରାତି ୮ଟା ସମୟରେ କାଠ ବୋଝେଇ ଟ୍ରକ ସହ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ଚାଲକ ଗୁରୁତର ହୋଇଛନ୍ତି । କାଠ ବୋଝେଇ ଟ୍ରକ ଲାମତାପୁଟ ବ୍ଲକ ପାଲିବା ଅଞ୍ଚଳ ରୁ ସେମିଳିଗୁଡା ଅଭିମୁଖେ ଯାଉଥିବା ବେଳେ ହାଟ ପଦା ଛକରେ ସେମିଳିଗୁଡା ପଟୁ ଆସୁଥିବା ହିରୋ ବାଇକ ସହ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ କାର୍ତ୍ତିକ ଖିଲ ଆହତ ହୋଇଥିଲେ । ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନନ୍ଦପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। ବାଇକ ଚାଳକ ର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।