ଭାଲୁମୁଣ୍ଡା ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ନିକଟରେ ଷୋମବାର ରାତି ୮ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ ପାଣ୍ଡିଆ ରୁ ପରଜଙ୍ଗ ଯାଉଥିବା ବେଳେ ଭାଲୁମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବାଇକ ଆରୋହୀ ଜଣକ ପରଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ପୋଲିସ ପହଂଚି ତଦନ୍ତ ଚଳାଇଛି।