ଦେବଗଡ ଜିଲ୍ଲା ବାମଣ୍ଡା କ୍ରିକେଟ କ୍ଲବ ତରଫରୁ ଡିସେମ୍ବର ୨୨ ରୁ ୨୮ ତାରିଖ ପର୍ଯ୍ୟନ୍ତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ସର୍ବଭାରତୀୟ ବାମଣ୍ଡା କପ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡିଶାର ୬ ଟି ଏବଂ ରାଜ୍ୟ ବାହାରୁ ୨ ଟି ଟିମକୁ ମିଶାଇ ସମୁଦାୟ ୮ ଟି ଟିମ୍ ସାମିଲ ହେବେ ବୋଲି ଜଣାପଡିଛି । ପ୍ରତିଯୋଗିତାର ବିଜେତା ଦଳକୁ ୭୧ ହଜାର ଏବଂ ଉପବିଜେତା ଦଳକୁ ୫୧ ହଜାର ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯିବ । ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାର ରାତି ୯ ଟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।