ଜମନକିରା ପ୍ରେସ୍ କ୍ଲବ ଓ ସମ୍ବାଦ' ଆମ ଓଡ଼ିଶା ପକ୍ଷରୁ ରବିବାର ଦିନ ଜମନକିରା ME ସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ବର୍ଗତ ଶିଶୁ ବୈଜ୍ଞାନିକ ସମ୍ଭବ ପରିଡ଼ା, କଦଳୀମୁଣ୍ଡା ବାସିନ୍ଦା ସ୍ଵର୍ଗତ ଅମିତ୍ ପଧାନ ଓ ସ୍ଵର୍ଗତ ଶ୍ରୀନିବାସ ସାହୁଙ୍କ ସ୍ମୃତି ରେ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ସ୍ବେଚ୍ଛାସେବୀ ଯୁବକ, ଯୁବତୀ, ମହିଳା ଓ ଅନ୍ୟ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ମୁଖ୍ୟଅତିଥି ଭାବେ ଜମନକିରା ବ୍ଲକ୍ ସାନ୍ସଦ ପ୍ରତିନିଧି ରମେଶ ସାହୁ ଯୋଗ ଦେଇକାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।