କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଡ଼ୁଥିବା ବେଳେ ବିଜେପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଳପକନା ଆମଗୁଡା ନିକଟସ୍ଥ ଜଙ୍ଗଲରେ ଘୁରି ବୁଲୁଚି ଏକଟିକିଆ ଦନ୍ତାହାତୀ l ସନ୍ଦ୍ୟା ସମୟରେ ବିଜେପୁର ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦନ୍ତା ହାତୀ ବୁଲୁଥିବା ବେଳେ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରିବାପାଇଁ ଭୟଭୀତ ହେଉଛନ୍ତି l