କୋଟପାଡ: ରେଙ୍ଗାଲଗୁଡା ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର
Kotpad, Koraput | Oct 16, 2025 ରେଙ୍ଗାଲଗୁଡା ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟା ସାତୋଟା ସମୟରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରେଙ୍ଗାଲଗୁଡା ଗ୍ରାମର ମଙ୍ଗଳା ଗୌଡ଼ (୩୦) ଆଜି କୌଣସି କାମରେ ନିଜ ଗ୍ରାମ ନିକଟସ୍ଥ ହାତୀପାଖନା ଗ୍ରାମକୁ ଯାଇଥିଲେ। ସନ୍ଧ୍ୟା ସାତଟା ବେଳେ କାମ ସାରି ରେଙ୍ଗାଲଗୁଡା ଫେରୁଥିବା ବେଳେ ନିଜ ବାଇକର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ଘଟିଥିବା ଦେଖି ପଥଚାରୀ ଗୁରୁତର ଆହତ ମଙ୍ଗଳାକୁ ଅନ୍ୟ ଏକ ବାଇକରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।