ତେଲକୋଇ: ଦନ୍ଦୁଆମୁଣ୍ଡା ଗାଁ ରେ ଅଘଟଣ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୃତ୍ୟୁ
ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୃତ୍ୟୁ ଆଙ୍କର -କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦନ୍ଦୁଆମୁଣ୍ଡା ଗ୍ରାମରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ଗ୍ରାମର ସ୍ବର୍ଗତ ବାଣେଶ୍ବର ଧୀବରଙ୍କ ପୁଅ ନରୋତ୍ତମ ଧୀବର(୨୭)।ଆଜି ଅପରାହ୍ନରେ ସେ ଗ୍ରାମର ଜୈନକ ବ୍ୟକ୍ତିଙ୍କ ପୋଖରୀରେ ମାଛ ଚୋରି ରୋକିବା ପାଇଁ ଏକ ଉଚ୍ଚ କଞ୍ଚା ବାଉଁଶ ପକାଇବା ବେଳେ ଅସାବଧାନତା ବଶତଃ ପୋଖରୀ ଉପରେ ଯାଇଥିବା ୪୦୦୦ କେଭି ଉଚ୍ଚ ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସିଯାଇଥିଲେ।ଆଜି ଅପରାହ୍ନ ୫ଟା ସମୟର ସୂଚନା l