ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଖଣ୍ଡଗିରି ଓଭର ବ୍ରିଜ ଉପରେ ସଡ଼କ ଦୁର୍ଘଟଣା, ଟ୍ରକ ଧକାରେ ଜଣଙ୍କ ମୃତ୍ୟୁ
ଖଣ୍ଡଗିରି ଓଭର ବ୍ରିଜ ଉପରେ ସଡ଼କ ଦୁର୍ଘଟଣା, ଟ୍ରକ ଧକାରେ ଜଣଙ୍କ ମୃତ୍ୟୁ | ଖଣ୍ଡଗିରି ଓଭର ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଆଜି 7.34ରେ ରାସ୍ତା କାମ ବେଳେ ସୁରକ୍ଷାକର୍ମୀଙ୍କୁ ପିଟିଲା ଟ୍ରକ୍। ଆର.କେ.ଡି. କନଷ୍ଟ୍ରକ୍ସନ୍ କମ୍ପାନୀର ସୁରକ୍ଷା କର୍ମୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ। ଦୁର୍ଘଟଣା ଯୋଗୁଁ ବ୍ରିଜ ଉପରେ କିଛି ସମୟ ପାଇଁ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଛେଦ ପାଇଁ ଏମ୍ସ ହସ୍ପିଟାଲ ପଠାଇଛି | ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦେଇଛି ପୋଲିସ |