ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଟୁରିଷ୍ଟ ବେଶରେ ଗଞ୍ଜେଇ ବେପାରୀ କୁ ମାଡ଼ିବଶୀଲା ପୋଲିସ, ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିକ୍ରିୟା ରଖିଲେ GRP ଥାନା ଅଧିକାରି
ଟୁରିଷ୍ଟ ବେଶରେ ଗଞ୍ଜେଇ ବେପାରୀ । ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ବିହାରର ଯୁବକ । ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF । ଦୁଇଟି ଟ୍ରଲିରୁ ୩୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ । ଯୁବକ ଜଣକ ନିଜକୁ ଟୁରିଷ୍ଟ ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ପରେ ବ୍ୟାଗରୁ ଗଞ୍ଜେଇ ମିଳିବା ପରେ ଧରିଥିଲା ପୋଲିସ । ଗିରଫ ଯୁବକ ବିହାର ନାଳନ୍ଦା ଅଞ୍ଚଳର ପପୁ କୁମାର ବୋଲି ଜଣାପଡିଛି ।