ଜିଲ୍ଲା ଶିକ୍ଷଣ ଓ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ଟିଇ ଏବଂ ଏସସିଇଆରଟି ନିର୍ଦେଶକ ରାଜ୍ୟ TE & SCERT ନିର୍ଦ୍ଧେଶକ ଶ୍ରୀ ମନୋଜ କୁମାର ପାଢ଼ୀ ନବରଙ୍ଗପୁର (DIET) ଜିଲ୍ଲା ଶିକ୍ଷଣ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ନବରଙ୍ଗପୁର DIET ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଏହାପରେ ସେ ମିର୍ଗାନଗୁଡା ME ୍ୱିଙ୍ଗ ବିଦ୍ୟାଳୟ ଗସ୍ତ କରି ସ୍କୁଲର ସମସ୍ତ ଭିତିଭୂମି ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଏବଂ ସହଶୈକ୍ଷିକ ଅଭିବୃଦ୍ଧି ବିଷୟରେ ପଚାରି ବୁଝିଥିଲେ ।