ଆନନ୍ଦପୁର: ଚଷାଖଣ୍ଡରେ ପ୍ରଭାକର ପଣ୍ଡାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳୀ ସଭା, ଯୋଗଦେଲେ ବିଧାୟକ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି
ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ପ୍ରଭାକର ପଣ୍ଡାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। ଆଜି ରାତି୭ଟା ବେଳେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଏହି ସ୍ମୃତି ସଭାରେ ଯୋଗଦେଇ ସ୍ବର୍ଗତ ପ୍ରଭାକର ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ।