ଅନୁଗୋଳ: ତଳନାଳି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
Anugul, Angul | Sep 17, 2025 ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁଚନା ମୁତାବକ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମଜୁରୀ ପଞ୍ଚାୟତର ତଳନାଳି ଗ୍ରାମର ଯଦୁମଣି ପ୍ରଧାନ ଙ୍କ ପୁଅ ରମେଶ ଚନ୍ଦ୍ର ପ୍ରଧାନ (୫୦) ଘର ପାଖରେ ଥିବା ଏକ କାଜୁ ବଗିଚାକୁ ଦିନ ୪.୩୦ ସମୟରେ ଯାଇଥିବା ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ଯାହା ଫଳରେ ରମେଶ ଜିବନ ବିକଳରେ ଦୈଡି ଘରକୁ ରକ୍ତ ଜୁଡୁବୁଡୁ ହୋଇ ପହଞ୍ଚି ଥିଲେ ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ କାରରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର