ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଏବଂ ଜାତୀୟ କୁଷ୍ଠରୋଗ ଚିହ୍ନଟ ଅଭିଯାନ ପାଇଁ ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଶୁକ୍ରବାର ଅପରାହ୍ନ ୩ ଟା ରୁ ୪ଟା ଯାଏଁ ଏହି ଜିଲ୍ଲା ସମନ୍ୱୟ କମିଟି ତଥା ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ଜିଲ୍ଲାପାଳ ଅଭିଯାନ ସମ୍ପର୍କରେ ସମୀକ୍ଷା କରିବା ସହିତ ଅଧିକ କୁଷ୍ଠରୋଗ ଚିହ୍ନଟ ଗ୍ରାମଗୁଡିକରେ ସଂକ୍ରମଣ ନବ୍ୟାପିବା ପାଇଁ ସୁରକ୍ଷା ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ଠିକ ଭାବରେ ତଦାରଖ କରିବା , ସନ୍ଧିଗ୍ଧ କୁଷ୍ଠରୋଗୀ ଚିହ୍ନଟ