କୁଚିଣ୍ଡା: କୁଚିଣ୍ଡା ଝୁଲେନ୍ ପୋଲ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ ରବି ନାଏକ
କୁଚିଣ୍ଡା ନିକଟ ନିର୍ମାଣାଧୀନ ଝୁଲେନ୍ ପୋଲ ର କାର୍ଯ୍ୟସ୍ଥଳ କୁ ମନ୍ତ୍ରୀ ରବି ନାଏକ ପରିଦର୍ଶନ କରିଥିବା ପଡ଼ିଛି। ସୂଚନା ଅନୁସାରେ କୁଚିଣ୍ଡା ଓ ଦେବଗଡ଼ କୁ ସଂଯୋଗ କରୁଥିବା ଐତିହାସିକ ଝୁଲେନ ପୋଲ ଗତ ପ୍ରାୟ ୪ ବର୍ଷ ପୂର୍ବରୁ ଭୁଶୁଡ଼ି ଯାଇଥିଲା। ଉକ୍ତ ପୋଲ କୁ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିବା ପାଇଁ ରବିବାର ସନ୍ଧ୍ୟା ୬ ଟାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କାର୍ଯ୍ୟସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।